White କାହ୍ନୁ ଦିବାକର ସତେଜ କିରଣେ କରି ସ୍ନାନ ଧରଣୀ ଆ | ଓଡ଼ିଆ କବିତା Video

"White କାହ୍ନୁ ଦିବାକର ସତେଜ କିରଣେ କରି ସ୍ନାନ ଧରଣୀ ଆହ୍ଲାଦିତ ହୁଏ ସବୁଜ ବନେ ବିହଙ୍ଗେ ନୃତ୍ୟରତ ଶୀତଳ ସମୀର ତାନେ ଅଳସି ଶରୀର ପରିତ୍ୟାଗ କରି ନିଦ୍ରା ଗୋପାଙ୍ଗନା ଧାବନ୍ତି ଚଞ୍ଚଳେ ଯେମନ୍ତେ ଶ୍ୟାମ ମିଳନେ ସର୍ବେ ଆତୁର ମନେ ମୁକୁଳା କେଶ ଲହଡ଼ି ଖାଏ ବଦନେ ଅଣ୍ଟାରେ କଳସୀ ଅହରହ ସଳଖୁ ଥାଏ ମୃଗ ନୟନା ଅଧର ଅଥୟ ହୁଏ କମ୍ପନେ ନେତ୍ର ଚମକେ ବାରମ୍ବାର ଏ କାହା ସ୍ବନେ କିଏ ବା ନାଗର ସ୍ପର୍ଶ କରେ କଟିକୁ ତାର ଫେରି ଆସିଲେ କି କେଶବ ଭାବେ ମନେ ମନେ କ୍ଷଣକେ ପୁଣି ଆହତ ହୁଏ ଦୀପ୍ତ ଭାବନା କାହ୍ନୁ କାହ୍ନୁ ବୋଲି ଅଥୟ ହୁଅନ୍ତି ଲଳଣା ସଂଜ୍ଞା ଫେରିଛି ଯେମିତି ମଧୁର ସେ ବଂଶୀ ବାଦନେ ଘୁଙ୍ଗୁର ଶବ୍ଦ ତାଳେ ପାଦ ଖୋଜି ବୁଲେ ହୃଦୟେ ଜଳି ଉଠେ ମୃଗ ପରି କସ୍ତୁରୀ ସନ୍ଧାନେ କାହିଁ କାହ୍ନୁ ଯେ ଫେରି ନାହାଁନ୍ତି ବୃନ୍ଦାବନକୁ ! ଆଶା ତଥାପି ଅପେକ୍ଷାରତ ତୃଷାର୍ତ୍ତ ନୟନେ ବାହୁଡ଼ନ୍ତି ଗୃହକୁ ମିଳନ ଆଶା ସଞ୍ଚରି ଆସିବେ ନିଶ୍ଚେ କାହ୍ନୁ ଦିନେ ନୟନେ ସପନେ ।। ©Tafizul Sambalpuri "

White କାହ୍ନୁ ଦିବାକର ସତେଜ କିରଣେ କରି ସ୍ନାନ ଧରଣୀ ଆହ୍ଲାଦିତ ହୁଏ ସବୁଜ ବନେ ବିହଙ୍ଗେ ନୃତ୍ୟରତ ଶୀତଳ ସମୀର ତାନେ ଅଳସି ଶରୀର ପରିତ୍ୟାଗ କରି ନିଦ୍ରା ଗୋପାଙ୍ଗନା ଧାବନ୍ତି ଚଞ୍ଚଳେ ଯେମନ୍ତେ ଶ୍ୟାମ ମିଳନେ ସର୍ବେ ଆତୁର ମନେ ମୁକୁଳା କେଶ ଲହଡ଼ି ଖାଏ ବଦନେ ଅଣ୍ଟାରେ କଳସୀ ଅହରହ ସଳଖୁ ଥାଏ ମୃଗ ନୟନା ଅଧର ଅଥୟ ହୁଏ କମ୍ପନେ ନେତ୍ର ଚମକେ ବାରମ୍ବାର ଏ କାହା ସ୍ବନେ କିଏ ବା ନାଗର ସ୍ପର୍ଶ କରେ କଟିକୁ ତାର ଫେରି ଆସିଲେ କି କେଶବ ଭାବେ ମନେ ମନେ କ୍ଷଣକେ ପୁଣି ଆହତ ହୁଏ ଦୀପ୍ତ ଭାବନା କାହ୍ନୁ କାହ୍ନୁ ବୋଲି ଅଥୟ ହୁଅନ୍ତି ଲଳଣା ସଂଜ୍ଞା ଫେରିଛି ଯେମିତି ମଧୁର ସେ ବଂଶୀ ବାଦନେ ଘୁଙ୍ଗୁର ଶବ୍ଦ ତାଳେ ପାଦ ଖୋଜି ବୁଲେ ହୃଦୟେ ଜଳି ଉଠେ ମୃଗ ପରି କସ୍ତୁରୀ ସନ୍ଧାନେ କାହିଁ କାହ୍ନୁ ଯେ ଫେରି ନାହାଁନ୍ତି ବୃନ୍ଦାବନକୁ ! ଆଶା ତଥାପି ଅପେକ୍ଷାରତ ତୃଷାର୍ତ୍ତ ନୟନେ ବାହୁଡ଼ନ୍ତି ଗୃହକୁ ମିଳନ ଆଶା ସଞ୍ଚରି ଆସିବେ ନିଶ୍ଚେ କାହ୍ନୁ ଦିନେ ନୟନେ ସପନେ ।। ©Tafizul Sambalpuri

#love_shayari

People who shared love close

More like this

Trending Topic