ଦେଖା ହେଲେ ପୁଣି କହିବି ତୁମକୁ ମନର ଏଇ ମୋ ଅକୁହା କଥା, ତୁ | ଓଡ଼ିଆ କବିତା

"ଦେଖା ହେଲେ ପୁଣି କହିବି ତୁମକୁ ମନର ଏଇ ମୋ ଅକୁହା କଥା, ତୁମେ ସିନା ରହିଯାଅ ଭଲ ପାଇ ମନ ମୋ ହରାଏ ସତ୍ତା।। କେତେ ପ୍ରେମ ତୁମେ ଢ଼ାଳି ଚାଲିଯାଅ ରହିଯାଏ ମୁଁ ଯେ ନୀରବ, ତୁମ ସେ ଛୁଆଁକୁ ଭୁଲି ମୁଁ ପାରେନି ଭୁଲିବା ବି କି ସମ୍ଭବ? ଦେଖା ହେଲେ ପୁଣି କହିବି ତୁମକୁ କେତେ ମୁଁ ଯେ ଭଲ ପାଏ, ମାପି ତ ହେବନି ତରଜୁରେ ତାକୁ ଅନୁଭବ ଯାହା ହୃଦୟେ ହୁଏ।। କାଳିଆ ଆଗରେ ତୁମ ହାତ ଧରି ନିଜକୁ ତୁମକୁ ସମର୍ପି ଦେଲି, ଜୀବନର ସବୁ ଶ୍ୱାସକୁ ମୋର ତୁମ ନାମେ ମୁଁ ଲେଖି ଯେ ଦେଲି।। ସମୁଦ୍ରର ସେଇ ଘନ ନାଦ ହଉ କିମ୍ବା ହଉ ସେ ବନ୍ଦ କୋଠରୀ, ମୋ ପାଖେ ପାଖେ ଥାଅ ଯେବେ ତୁମେ ଶବ୍ଦ ଖାଲି ଶୁଭେ ମୋତେ ତୁମରି।। ଦେଖା ହେଲେ ପୁଣି କହିବି ତୁମକୁ ରହିପାରିବିନି ମୁଁ ତୁମରି ବିନା, ମନରୁ ପ୍ରାଣରୁ ମୁଁ ଏକା ତୁମର ଆଉ କାହା ପାଇଁ ଆସିବା ମନା।। ©Baisakhi Mohanty"

 ଦେଖା ହେଲେ ପୁଣି କହିବି ତୁମକୁ
ମନର ଏଇ ମୋ ଅକୁହା କଥା,
ତୁମେ ସିନା ରହିଯାଅ ଭଲ ପାଇ
ମନ ମୋ ହରାଏ ସତ୍ତା।।
କେତେ ପ୍ରେମ ତୁମେ ଢ଼ାଳି ଚାଲିଯାଅ
ରହିଯାଏ ମୁଁ ଯେ ନୀରବ,
ତୁମ ସେ ଛୁଆଁକୁ ଭୁଲି ମୁଁ ପାରେନି
ଭୁଲିବା ବି କି ସମ୍ଭବ?
ଦେଖା ହେଲେ ପୁଣି କହିବି ତୁମକୁ
କେତେ ମୁଁ ଯେ ଭଲ ପାଏ,
ମାପି ତ ହେବନି ତରଜୁରେ ତାକୁ
ଅନୁଭବ ଯାହା ହୃଦୟେ ହୁଏ।।
କାଳିଆ ଆଗରେ ତୁମ ହାତ ଧରି
ନିଜକୁ ତୁମକୁ ସମର୍ପି ଦେଲି,
ଜୀବନର ସବୁ ଶ୍ୱାସକୁ ମୋର
ତୁମ ନାମେ ମୁଁ ଲେଖି ଯେ ଦେଲି।।
ସମୁଦ୍ରର ସେଇ ଘନ ନାଦ ହଉ
କିମ୍ବା ହଉ ସେ ବନ୍ଦ କୋଠରୀ,
ମୋ ପାଖେ ପାଖେ ଥାଅ ଯେବେ ତୁମେ
ଶବ୍ଦ ଖାଲି ଶୁଭେ ମୋତେ ତୁମରି।।
ଦେଖା ହେଲେ ପୁଣି କହିବି ତୁମକୁ
ରହିପାରିବିନି ମୁଁ ତୁମରି ବିନା,
ମନରୁ ପ୍ରାଣରୁ ମୁଁ ଏକା ତୁମର
ଆଉ କାହା ପାଇଁ ଆସିବା ମନା।।

©Baisakhi Mohanty

ଦେଖା ହେଲେ ପୁଣି କହିବି ତୁମକୁ ମନର ଏଇ ମୋ ଅକୁହା କଥା, ତୁମେ ସିନା ରହିଯାଅ ଭଲ ପାଇ ମନ ମୋ ହରାଏ ସତ୍ତା।। କେତେ ପ୍ରେମ ତୁମେ ଢ଼ାଳି ଚାଲିଯାଅ ରହିଯାଏ ମୁଁ ଯେ ନୀରବ, ତୁମ ସେ ଛୁଆଁକୁ ଭୁଲି ମୁଁ ପାରେନି ଭୁଲିବା ବି କି ସମ୍ଭବ? ଦେଖା ହେଲେ ପୁଣି କହିବି ତୁମକୁ କେତେ ମୁଁ ଯେ ଭଲ ପାଏ, ମାପି ତ ହେବନି ତରଜୁରେ ତାକୁ ଅନୁଭବ ଯାହା ହୃଦୟେ ହୁଏ।। କାଳିଆ ଆଗରେ ତୁମ ହାତ ଧରି ନିଜକୁ ତୁମକୁ ସମର୍ପି ଦେଲି, ଜୀବନର ସବୁ ଶ୍ୱାସକୁ ମୋର ତୁମ ନାମେ ମୁଁ ଲେଖି ଯେ ଦେଲି।। ସମୁଦ୍ରର ସେଇ ଘନ ନାଦ ହଉ କିମ୍ବା ହଉ ସେ ବନ୍ଦ କୋଠରୀ, ମୋ ପାଖେ ପାଖେ ଥାଅ ଯେବେ ତୁମେ ଶବ୍ଦ ଖାଲି ଶୁଭେ ମୋତେ ତୁମରି।। ଦେଖା ହେଲେ ପୁଣି କହିବି ତୁମକୁ ରହିପାରିବିନି ମୁଁ ତୁମରି ବିନା, ମନରୁ ପ୍ରାଣରୁ ମୁଁ ଏକା ତୁମର ଆଉ କାହା ପାଇଁ ଆସିବା ମନା।। ©Baisakhi Mohanty

ଦେଖା ହେଲେ ପୁଣି କହିବି ତୁମକୁ।।
#you_and_me #together

#Love

People who shared love close

More like this

Trending Topic