Joy Krishna Behera

Joy Krishna Behera

M.A LLB,Govt Advocate, Sambalpur Odisha

  • Latest
  • Popular
  • Video
#କବିତା  White ପୂର୍ବ ଜନ୍ମ ର ଅୟୁତ ବର୍ଷର
ତପସ୍ୟା ର ପୂଣ୍ୟ ଫଳ ଯୋଗୁ
ଯଦି ତୋତେ ପାଇଯିବି
ମୁଁ ସ୍ୱର୍ଗ ସୁଖକୁ ମୋ ପାଦ ତଳେ
ଦଳି ଦେଇ ଯିବି।


*****ସୁପ୍ରଭାତ*****

©Joy Krishna Behera

ଯଦି

81 View

#କବିତା  White କାନ୍ଥ ମୋର ସବୁଠାରୁ ଅତି ଆପଣାର 
ଯିଏ ଦେଖିଅଛି ଖୁସି ମୋର ହଜିଲା ଦିନର
ସାକ୍ଷୀ ରହିଅଛି ସିଏ ମୋ ବେଦନା
ଭରା ବିଗତ ଦିନର
ଯାହା ଆଗେ ପ୍ରିୟା ମୋର
ଲାଜ ଛାଡି  ଚୁପି ଚୁପି କୁହେ
ତୁମେ ମୋର ଆଉ ମୁଁ ତୁମର।

©Joy Krishna Behera

ମୋ ଶୋଇବା ଘର ର ଚାରିକାନ୍ଥ

117 View

#କବିତା  White ଛତା ସାଜେ ଶ୍ରାବଣ ବର୍ଷା ରେ
ଶୀତ ମାସେ କମ୍ବଳ ହୋଇ
ମୋ ଶରୀରେ ଉଷୁମତା ଭରେ
ବରଗଛ ଛାଇଁ ସାଜେ ପୁଣି
ଗ୍ରୀଷ୍ମ ର ପ୍ରଚଣ୍ଡ ଖରାରେ।

©Joy Krishna Behera

ମୋ ଶୋଇବା ଘର ର ଚାରିକାନ୍ଥ

144 View

#କବିତା  White ମୋ ଜୀବନ ର ଚାରି ଦିଗ
ସିଏ ମୋର ଚାରି ଗୋଡ ହାତ
ମୋ ଚେତନା ର ଚାରି ବେଦ ସିଏ
ସିଏ ମୋ ପୃଥିବୀର 
ଖରା, ବର୍ଷା,ଶୀତ ଓ ବସନ୍ତ।

******ସୁପ୍ରଭାତ******

©Joy Krishna Behera

ମୋ ଶୋଇବା ଘରର ଚାରିକାନ୍ଥ

117 View

#କବିତା  White ମୋ ଜୀବନ ର ସବୁଠାରୁ ବେଶୀ ସମୟ
ଯାହା ସାଥେ କରିଛି ଅତିବାହିତ 
ସିଏ ମୋର ଘନିଷ୍ଠ ସଙ୍ଗାତ 
ମୋ ଶୋଇବା ଘର ର ଚାରିକାନ୍ଥ।

***ସୁପ୍ରଭାତ***

©Joy Krishna Behera

ମୋ ଶୋଇବା ଘର ର ଚାରି କାନ୍ଥ

135 View

#କବିତା  White ସମ୍ପର୍କ ର ଶରୀର ଟି
ଧ୍ୱଂସ ହେଲାପରେ
ଆତ୍ମା ର ନିରାପଦ ପାଇଁ 
ଶରୀରକୁ ଭସାଯାଏ,ପୋତାଯାଏ
ଅବା ଜଳାଯାଏ
ପରମାତ୍ମା ପାଖକୁ ଯିବାପାଇଁ 
ଏଠାକାର ଧୂଳିମାଟି ଭୁଲିଯାଏ।

***ସୁପ୍ରଭାତ***

©Joy Krishna Behera

ସମ୍ପର୍କ

117 View

Trending Topic