Prashanta Kumar Sahu

Prashanta Kumar Sahu

  • Latest
  • Popular
  • Video
#ଶାୟାରି #Flower  ବନ୍ଧନ ଏଇ ବନ୍ଧନ
ସତେ କି
ଏଇ ସେ ଅତୁଟ ବନ୍ଧନ ।
ସପନ ଏଇ ସପନ 
ସତେ କି 
ଏଇ ସେ  ଅଜଣା ସପନ ।
ସଂପର୍କ ଏଇ ସଂପର୍କ
ସତେ କି 
ଏଇ ସେ ଅଭୁଲା ସଂପର୍କ ।
ଭାବନା ଏଇ ଭାବନା
ସତେ କି
ଏଇ ସେ  ଅସରନ୍ତି ଭାବନା ।
ପ୍ରେମ ଏଇ ପ୍ରେମ
ସତେ କି 
ଏଇ ସେ  ଅକ୍ଷୟ ପ୍ରେମ ।

©Prashanta Kumar Sahu

#Flower

108 View

#ଶାୟାରି  ବନ୍ଧନ ଏଇ ବନ୍ଧନ
ସତେ କି
ଏଇ ସେ ଅତୁଟ ବନ୍ଧନ ।
ସପନ ଏଇ ସପନ 
ସତେ କି 
ଏଇ ସେ  ଅଜଣା ସପନ ।
ସଂପର୍କ ଏଇ ସଂପର୍କ
ସତେ କି 
ଏଇ ସେ ଅଭୁଲା ସଂପର୍କ ।
ଭାବନା ଏଇ ଭାବନା
ଏଇ ସେ  ଅସରନ୍ତି ଭାବନା ।
ପ୍ରେମ ଏଇ ପ୍ରେମ
ଏଇ ସେ  ଅକ୍ଷୟ ପ୍ରେମ ।

©Prashanta Kumar Sahu

ବନ୍ଧନ ଏଇ ବନ୍ଧନ ସତେ କି ଏଇ ସେ ଅତୁଟ ବନ୍ଧନ । ସପନ ଏଇ ସପନ ସତେ କି ଏଇ ସେ ଅଜଣା ସପନ । ସଂପର୍କ ଏଇ ସଂପର୍କ ସତେ କି ଏଇ ସେ ଅଭୁଲା ସଂପର୍କ । ଭାବନା ଏଇ ଭାବନା ଏଇ ସେ ଅସରନ୍ତି ଭାବନା । ପ୍ରେମ ଏଇ ପ୍ରେମ ଏଇ ସେ ଅକ୍ଷୟ ପ୍ରେମ । ©Prashanta Kumar Sahu

117 View

#କବିତା #Remember  ତୁମ ପାଇଁ 
ନିରବତା ଯଦି ଗୋଟିଏ  ଭାଷା 
ମୁଁ ସେ ଭାଷାର ଅକ୍ଷର !
ତୁମ ପାଇଁ 
ସରଳତା ଯଦି ଏକ ଗୁଣ
ମୁଁ ସେ ଗୁଣର ଅଭୁଲା ପ୍ରଶଂସକ !
ତୁମ ପାଇଁ 
ନିରୀହତା ଯଦି ଏକ ପୋଷାକ
ମୁଁ ସେ ପୋଷାକର ଅମଳିନ ରଙ୍ଗ !
ତୁମ ପାଇଁ 
ପ୍ରକୃତି ଯଦି ଏକ ପରିବାର 
ମୁଁ ସେ ପରିବାରର ଆଜୀବନ ସଦସ୍ୟ !
ତୁମ ପାଇଁ 
ଶାନ୍ତି ଯଦି ଏକ ସ୍ୱଭାବ 
ମୁଁ ସେ ସ୍ୱଭାବର ଅଶେଷ ବିଭବ !
ତୁମ ପାଇଁ 
ପ୍ରେମ ଯଦି ଏକ ପବିତ୍ର ବନ୍ଧନ 
ମୁଁ ସେ ବନ୍ଧନର ଚିରନ୍ତନ ସାଗର !
ତୁମ ପାଇଁ 
ସୌନ୍ଦର୍ଯ୍ୟତା ଯଦି ଏକ ସନ୍ତକ 
ମୁଁ ସେ ସନ୍ତକର ଅଫେରନ୍ତା ପ୍ରେମିକ !

©Prashanta Kumar Sahu

#Remember

153 View

#ଇରୋଟିକ୍ #chaandsifarish  ଲାଜେଇ ଲାଜେଇ ଉଠାଇଛ ଫଟୋ
କାମୁଡି ନିଜର  କୋମଳ ଓଠ !
କଣେଇ କଣେଇ ଚାହିଁଛ ଅନାଇ
ନ କହି କିଛି , ହୃଦୟ ନେଇଛ ଚୋରାଇ !
ଉନ୍ମୁକ୍ତ ରଖିଛ ଘନ କେଶ ରାଶି
ଜହ୍ନ ପରି ତୁମେ ଭାଙ୍ଗୁଛ ଅଳସି !
ଆଖିରେ ଭରିଛ ଆଖିଏ ସପନ 
ଆପଣାର ମଣିଷ ଖୋଜଇ ତୁମ ମନ !
ତୁମେ ପରା ଅଭିମାନୀ ପ୍ରିୟା 
କିଏ ବା ଭେଦି ପାରିବ ତୁମ ମାୟା !!!

©Prashanta Kumar Sahu

#chaandsifarish

189 View

#କବିତା #WoRasta

#WoRasta

135 View

#କବିତା #thelunarcycle  ତୁମେ ଯଦି
 ମୋ ରାତ୍ରୀର ନିରବତା ସାଜନ୍ତ?
ମୁଁ  ତୁମ ପାଇଁ 
ଦିନର କୋଳାହଳ ହୁଅନ୍ତି !!
ତୁମେ ଯଦି
ମୋ ଆତ୍ମିୟତାର ନିଦର୍ଶନ ସାଜନ୍ତ ?
ମୁଁ ତୁମ ପାଇଁ 
ବନ୍ଧୁତାର ସେତୁବନ୍ଧ ହୁଅନ୍ତି !!
ତୁମେ ଯଦି
 ମୋ ସ୍ୱପ୍ନର ପରିବଦ୍ଧତା ସାଜନ୍ତ ?
 ମୁଁ ତୁମ ପାଇଁ
ଜୀବନର  ପରିପୂର୍ଣ୍ଣତା ହୁଅନ୍ତି !!

©Prashanta Kumar Sahu

#thelunarcycle

180 View

Trending Topic