singhsubhadra95

singhsubhadra95

ମରୀଚିକା କୁ ବାସ୍ତବତା ର ରୂପ ଦେବା ପ୍ରୟାସ ରେ, ସେ ଅକଳ୍ପନୀୟ ସାହିତ୍ୟ ର ଏକତରଫା ପ୍ରେମୀ, ମୁଁ।

  • Latest
  • Popular
  • Video

ମୁଁ ଚିନ୍ତା, ସେ ଚିନ୍ତାର କାରଣ ତୁମେ... ମୁଁ ଭାବ ସେ ଭାବର ପ୍ରଦାନକାରୀ ତୁମେ... ମୁଁ ଆବେଗ, ସେ ଅନୁଭବର ସୂତ୍ରଧର ତୁମେ... ମୁଁ ସଙ୍କେତ, ସେ ସଙ୍କେତର ନାମ ତୁମେ... ମୁଁ ଶବ୍ଦ ସେ ଶବ୍ଦର ଅଧିକାରୀ ତୁମେ... ମୁଁ ବ୍ୟକ୍ତ, ସେ ବାଚ୍ୟର ସୃଷ୍ଟି କର୍ତ୍ତା ତୁମେ... ମୁଁ ଭାବ ସାଉଁଟି କିଛି ଲେଖିବାର ଏକ ଉତ୍ସ ମାତ୍ର, ସେ ସମସ୍ତ ସ୍ଥିତିର ଅଧିପତି ତୁମେ... ତୁମ ବିନା ମୋ କଲମ ବି ଦିଗହରା ହୋଇ ଉଠେ। ©singhsubhadra95

#ଶାୟାରି #janmaashtami  ମୁଁ ଚିନ୍ତା, 
ସେ ଚିନ୍ତାର କାରଣ ତୁମେ...
ମୁଁ ଭାବ 
ସେ ଭାବର ପ୍ରଦାନକାରୀ ତୁମେ... 
ମୁଁ ଆବେଗ,
ସେ ଅନୁଭବର ସୂତ୍ରଧର ତୁମେ... 
ମୁଁ ସଙ୍କେତ, 
ସେ ସଙ୍କେତର ନାମ ତୁମେ... 
ମୁଁ ଶବ୍ଦ 
ସେ ଶବ୍ଦର ଅଧିକାରୀ ତୁମେ... 
ମୁଁ ବ୍ୟକ୍ତ,
ସେ ବାଚ୍ୟର ସୃଷ୍ଟି କର୍ତ୍ତା ତୁମେ... 
ମୁଁ ଭାବ ସାଉଁଟି କିଛି ଲେଖିବାର ଏକ ଉତ୍ସ
ମାତ୍ର, 
ସେ ସମସ୍ତ ସ୍ଥିତିର ଅଧିପତି ତୁମେ...
ତୁମ ବିନା 
ମୋ କଲମ ବି ଦିଗହରା ହୋଇ ଉଠେ।

©singhsubhadra95

ପ୍ରଭାର ପ୍ରଭାରେ ଉଜ୍ଜ୍ବଳ ଅଂଶୁରେ , ଶୀତଳ ପବନେ ସବାରୀ ହୋଇ, ବିହଙ୍ଗ ଗାନରେ ବିହାର ଛଳରେ, ଶ୍ୟାମ ବଂଶୀ ସ୍ବନ ମନ ମୋହଇ। ©singhsubhadra95

#ପ୍ରେମ #Saffron  ପ୍ରଭାର ପ୍ରଭାରେ 
            ଉଜ୍ଜ୍ବଳ ଅଂଶୁରେ ,
ଶୀତଳ ପବନେ 
             ସବାରୀ ହୋଇ, 
ବିହଙ୍ଗ ଗାନରେ 
              ବିହାର ଛଳରେ, 
ଶ୍ୟାମ ବଂଶୀ ସ୍ବନ 
           ମନ ମୋହଇ।

©singhsubhadra95

#Saffron

3 Love

ମୁଁ ବିରହ ରାଣୀ ନୁହେଁ, ମୁଁ ଶ୍ୟାମ ପ୍ରେମ ବିଭୋରିଣୀ, ମୁଁ ଐଶ୍ୱର୍ଯ୍ୟ ସୌନ୍ଦର୍ଯ୍ୟ ର ଦେବୀ ନୁହେଁ , ମୁଁ କୃଷ୍ଣ ବର୍ଣ୍ଣା କୃଷ୍ଣ ସଙ୍ଗିନୀ ©singhsubhadra95

#ପ୍ରେମ #Journey  ମୁଁ ବିରହ ରାଣୀ ନୁହେଁ, 
ମୁଁ ଶ୍ୟାମ ପ୍ରେମ ବିଭୋରିଣୀ,
ମୁଁ ଐଶ୍ୱର୍ଯ୍ୟ ସୌନ୍ଦର୍ଯ୍ୟ ର ଦେବୀ ନୁହେଁ ,
ମୁଁ କୃଷ୍ଣ ବର୍ଣ୍ଣା କୃଷ୍ଣ ସଙ୍ଗିନୀ

©singhsubhadra95

#Journey

1 Love

ପ୍ରଭାତି କିରଣର ଉଜ୍ଜ୍ବଳତାରେ , ଶାନ୍ତ ଗଗନରେ ଚଳିତ ବାଦଲଙ୍କ ସୁନ୍ଦରତା ରେ, ମଇନା,କୋକିଳ ଙ୍କର ଝଙ୍କୁରିତ ଧ୍ୱନିରେ , ନିର୍ମଳ ଆକାଶ ତଳେ, ଶ୍ୟାମ ପ୍ରେୟସୀ, ଦିବ୍ୟତାର ରାଣୀ ମା ରାଧାରାଣୀ ଙ୍କୁ ମୋର ପ୍ରଣାମ। ©singhsubhadra95

#ସୁପ୍ରଭାତ #ରାଧାରାଣୀ #ପ୍ରେମ #sunflower  ପ୍ରଭାତି କିରଣର ଉଜ୍ଜ୍ବଳତାରେ ,
ଶାନ୍ତ ଗଗନରେ ଚଳିତ ବାଦଲଙ୍କ ସୁନ୍ଦରତା ରେ,
ମଇନା,କୋକିଳ ଙ୍କର ଝଙ୍କୁରିତ ଧ୍ୱନିରେ ,
ନିର୍ମଳ ଆକାଶ ତଳେ,
 ଶ୍ୟାମ ପ୍ରେୟସୀ,
ଦିବ୍ୟତାର ରାଣୀ ମା ରାଧାରାଣୀ ଙ୍କୁ ମୋର ପ୍ରଣାମ।

©singhsubhadra95

ଆଜି ଏ ନୂଆ ବର୍ଷ ରେ ନୂଆ ସ୍ୱପ୍ନ ର ସହରକୁ ନୂଆ ଆଶାର ପରିଧି କୁ ନୂଆ ଦୃଶ୍ୟ ର ପରିସରକୁ ନୂଆ ଅନୁଭବ ର ଭାବନାକୁ ନୂଆ ସାଥୀ ଙ୍କ ପ୍ରାଙ୍ଗଣକୁ ନୂଆ ଖୁସି ର ମୁହୂର୍ତ୍ତ କୁ ନୂଆ ସମୟର ସାରାଂଶ କୁ ନୂଆ କହାଣୀ ର ଉଦ୍ଦେଶ୍ୟ କୁ ନୂଆ ଅଭିନୟ ର ଚରିତ୍ର କୁ ନୂଆ ଭଲ ପାଇବାର ସ୍ୱାଦକୁ ନୂଆ କର୍ତ୍ତବ୍ୟ ର ସ୍ମୃତି କୁ ନୂଆ ସଂଘର୍ଷ ର ପଥକୁ ନୂଆ ଉନ୍ନତିର ସ୍ତର କୁ ନୂଆ ଆଶୀର୍ବାଦ ର ଶକ୍ତି କୁ ଆପଣଙ୍କୁ ସ୍ୱାଗତ, ଏବଂ ଏହି ନବ ବର୍ଷର ନୂତନ ପ୍ରଭାତ ମା, ବାବା ଙ୍କ ଆଶୀର୍ବାଦ ରୁ ଶୁଭମୟ ହେଉ ଏହା ମୋ କାମନା। wishing you happy new year ©singhsubhadra95

#ଚିନ୍ତାଧାରା #HappyNewYear  ଆଜି ଏ ନୂଆ ବର୍ଷ ରେ 
ନୂଆ ସ୍ୱପ୍ନ ର ସହରକୁ 
ନୂଆ ଆଶାର ପରିଧି କୁ
ନୂଆ ଦୃଶ୍ୟ ର ପରିସରକୁ 
ନୂଆ ଅନୁଭବ ର ଭାବନାକୁ 
ନୂଆ ସାଥୀ ଙ୍କ ପ୍ରାଙ୍ଗଣକୁ 
ନୂଆ ଖୁସି ର ମୁହୂର୍ତ୍ତ କୁ 
ନୂଆ ସମୟର ସାରାଂଶ କୁ
ନୂଆ କହାଣୀ ର ଉଦ୍ଦେଶ୍ୟ କୁ
ନୂଆ ଅଭିନୟ ର ଚରିତ୍ର କୁ
ନୂଆ ଭଲ ପାଇବାର ସ୍ୱାଦକୁ
ନୂଆ କର୍ତ୍ତବ୍ୟ ର ସ୍ମୃତି କୁ
ନୂଆ ସଂଘର୍ଷ ର ପଥକୁ
ନୂଆ ଉନ୍ନତିର ସ୍ତର କୁ 
ନୂଆ ଆଶୀର୍ବାଦ ର ଶକ୍ତି କୁ 
ଆପଣଙ୍କୁ  ସ୍ୱାଗତ, 
ଏବଂ ଏହି ନବ ବର୍ଷର ନୂତନ ପ୍ରଭାତ 
ମା, ବାବା ଙ୍କ ଆଶୀର୍ବାଦ ରୁ 
ଶୁଭମୟ ହେଉ ଏହା ମୋ କାମନା।

wishing you happy new year

©singhsubhadra95
#ଶାୟାରି

107 View

Trending Topic